ଜାତୀୟ ସ୍ତରରେ ପୁଣି ପ୍ରଥମସ୍ଥାନ ଅଧିକାର କଲା ଓମ୍ଫେଡ୍

Advertisement

•            ଦୁଗ୍ଧ କ୍ରୟ ଏବଂ ବିକାଶ କ୍ଷେତ୍ରରେ ଓମ୍ଫଡ୍ ଦେଶରେ ପ୍ରଥମ

     ଭୁବନେଶ୍ୱର;ତା 28-07-2026 ରିଖ:ଜାତୀୟ ସ୍ତରରେ ପୁଣି ଓମ୍ଫେଡକୁ ମିଳିଲା ସଫଳତା । ନୂଆଦିଲ୍ଲୀ ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ଇଣ୍ଡିଆନ ଡେରୀ ଇଣ୍ଡଷ୍ଟ୍ରୀ ଆଣ୍ଡ ଫିସେରୀଜ୍ ଏକ୍ସପୋ (Indian dairy Industry & Fisheries Expo), ଇଣ୍ଟରନାସନାଲ ଏଗ୍ରୀକଲଚର, ହର୍ଟି ଆଣ୍ଡ ଅର୍ଗାନିକ ଏକ୍ସପୋ (International Agriculture, Horti & Organic Expo) ଏବଂ ଗଭର୍ଣ୍ଣମେଣ୍ଟ ଆଚିଭମେଣ୍ଟସ ଆଣ୍ଡ ସ୍କିମସ୍ ଏକ୍ସପୋ(Government Achivements & Schemes Expo)ରେ ସମଗ୍ର ଦେଶରୁ ସରକାରୀ, ବେସରକାରୀ, ଘରୋଇ ଏବଂ ସମବାୟ ସଂସ୍ଥାର ଶହ ଶହ ଷ୍ଟଲ ଖୋଲିଥିଲା । ଏଥିରେ ଓଡିଶାରୁ ଓମ୍ଫେଡ୍ ର ମଧ୍ୟ ଷ୍ଟଲ ଖୋଲାଯାଇଥିଲା । ଓମ୍ଫେଡର ଉତ୍ପାଦ, ଶୁଦ୍ଧତା, ଗୁଣବତ୍ତା, ସ୍ୱାଦ ସହ ଦୁଗ୍ଧ କ୍ରୟ ଓ ବକାଶ ପାଇଁ ଦେଶର ପ୍ରଥମ ପୁରଷ୍କାର ପାଇଛି ।

Advertisement

ଏନ୍ଏନ୍ଏସ୍ ମିଡିଆ ଗୃପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେରୀ କ୍ଷେତ୍ରରେ କାର୍ଯ୍ୟକରୁଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ସରକାରୀ, ବେସରକାରୀ, ଘରୋଇ ଓ ସମବାୟ ସମିତିମାନେ ଯୋଗଦେଇଥିଲେ । ଜୁଲାଇ 25 ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଏକ୍ସପୋରେ ଓମ୍ଫେଡ୍ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଥିଲା । ଏହି ଷ୍ଟଲରେ ଓମ୍ଫେଡ୍, ଘିଅ, ଏ2 ଘିଅ, ଏ2 କ୍ଷୀର, ବିଭିନ୍ନ ଫ୍ଲେଭରର ଟେଟ୍ରା ପ୍ୟାକ୍ ଲସି ଓ କ୍ଷୀର, ଫ୍ଲେଭର ମିଲ୍କ, ଆଦି ବିଭିନ୍ନ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଡେରୀ ସଂଗଠନ ଓ ସେମାନଙ୍କର ଉତ୍ପାଦ ମଧ୍ୟରେ ଓମ୍ଫେଡର ଉତ୍ପାଦ, ଗୁଣବତ୍ତା ଏବଂ ଶୁଦ୍ଧତା ସହ ଦୁଗ୍ଧ କ୍ରୟ ଓ ଦୁଗ୍ଧ ବିକାଶକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ଓମ୍ଫେଡ୍ ଷ୍ଟଲରେ ଓଡିଶା ଲୋକଙ୍କ ସହ ଅନ୍ୟରାଜ୍ୟ ଲୋକ ଓ ଛାତ୍ରଛାତ୍ରୀଙ୍କର ପ୍ରବଳ ଭିଡ ଜମିଥିଲା । ଓମ୍ଫେଡର ଉତ୍ପାଦ, ଶୁଦ୍ଧତା, ଗୁଣବତ୍ତା, ସ୍ୱାଦ, ଆଦିଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ । ସେଥିପାଇଁ ଓମ୍ଫେଡ୍ ଆଜି ଜାତୀୟସ୍ତରରେ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଛି । ଓମ୍ଫେଡ୍ ପକ୍ଷରୁ ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍ ଏହି ଷ୍ଟଲ ପରିଚାଳନା କରିବା ସହ ଲୋକମାନଙ୍କୁ ଉତ୍ପାଦଗୁଡିକର ଗୁଣବତ୍ତା, ସ୍ୱାଦ ଏବଂ ଅନ୍ୟାନ୍ୟ ଉପାଦେୟତା ସଂପର୍କରେ ଅବଗତ କରାଇଥିଲେ ।

      ଅନ୍ୟପକ୍ଷରେ ପ୍ରାୟ ଏକ ବର୍ଷ ପୂର୍ବେ ଦିଲ୍ଲୀର ଓଡିଶା ଭବନ ପରିସରରେ ଖୋଲିଥିବା ଓମ୍ଫେଡ୍ ଷ୍ଟଲ, ଏବେ ତାର କାୟା ବିସ୍ତାର କରୁଛି । ଏଠାରେ ଏକ ଷ୍ଟଲ ଖୋଲିବା ପରେ ଏବେ ବିଭିନ୍ନ ସ୍ଥାନକୁ ଓମ୍ଫେଡ୍ ଉତ୍ପାଦ ପଠାଇବା ପାଇଁ ନିୟମିତ ଅର୍ଡର ମଧ୍ୟ ଆସୁଛି । ଖାସ୍ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଘିଅର ଚାହିଦା ବୃଦ୍ଧି ପାଇଥିବା ବେଳେ ଓମ୍ଫେଡର ଅନ୍ୟାନ୍ୟ ଉତ୍ପାଦର ମଧ୍ୟ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାଲେ ଲାଗିଛି । ମୁଖ୍ୟତଃ ହସଖସ୍ ଜଗନ୍ନାଥ ମନ୍ଦିର, ନୋଇଡା ଜଗନ୍ନାଥ ମନ୍ଦିର ସହ ଅଧିକାଂଶ ଜଗନ୍ନାଥଙ୍କ ମନ୍ଦିରକୁ ଘିଅ ଓ ଅନ୍ୟାନ୍ୟ ଉତ୍ପାଦ ଯାଉଅଛି । ଲୋକମାନେ ମଧ୍ୟ ଆଗ୍ରହର ସହ ଓମ୍ଫେଡ୍ ଉତ୍ପାଦ ନେଉଛନ୍ତି ।

              ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓମ୍ଫେଡକୁ ମିଲ୍କ ପ୍ରୋକ୍ୟୁରମେଣ୍ଟ ଆଣ୍ଡ ଡେରୀ ଡେଭଲପମେଣ୍ଟ (Milk Procurement & Dairy Development) ପାଇଁ ଏହି ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏକ୍ସପୋ ଆୟୋଜକ ଏନ୍ଏନ୍ଏସ୍ ମିଡିଆ ଗୃପ ମୁଖ୍ୟଙ୍କଠାରୁ ଓମ୍ଫେଡର ପ୍ରତିନିଧି ଭାବେ ଟି ଏସ୍ ଡି ଏଣ୍ଟରପ୍ରାଇଜେସ୍ ପରିଚାଳକ ଶ୍ରୀମତୀ ସ୍ନେହା ସୁନ୍ଦରାୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *