‘
ସମ୍ବଲପୁର, : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପରିସରରେ ‘ଆବାସିକ ପ୍ରଶିକ୍ଷଣ ଓ ଶିଳ୍ପ ପାଇଁ ଦକ୍ଷତା କେନ୍ଦ୍ର’ (ରିଷି)ର ଭିତ୍ତିପ୍ରସ୍ତର ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାପନ କରିଛନ୍ତି। କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷାର୍ଥୀ, ପୋଷ୍ୟଗ୍ରାମବାସୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ‘Certificate Programme of Self Healthcare and Wellness’ ଏବଂ ‘AI Tools for Collaborative Learning for Training of Teachers’ ଦୁଇଟି ପାଠ୍ୟକ୍ରମର ଉଦ୍ଘାଟନ କରିଥିଲେ। ବୈଷୟିକ କୌଶଳ ଓ ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷାର ପ୍ରକୃତ ଅଗ୍ରଗତି ସମ୍ଭବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ପୁଲିସ୍ ଡିଆଇଜି, ଏସ୍ପି, ଏସ୍ଏମ୍ସି କମିଶନରଙ୍କ ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଭିସୁଟ୍ର କୁଳପତି ଉପସ୍ଥିତ ଥିଲେ।

