ଆଦିବାସୀଙ୍କ ଜମି, ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ

Advertisement


ଭୁବନେଶ୍ୱର, ୮/୯: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସେ ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ, ବନ ରକ୍ଷା ସମିତି ଓ ବନ ଅଧିକାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଆଦିବାସୀ ପରମ୍ପରାର ସୁରକ୍ଷା ଓ ମୌଳିକତା ବଜାୟ ରଖିବା ସହ ଆଦିବାସୀ ଅଞ୍ଚଳର ଜମି ଓ ଜଙ୍ଗଲ ସୁରକ୍ଷା ଉପରେ ଅଧ୍ୟକ୍ଷ ଗୁରୁତ୍ୱ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ଜନଜାତି କଲ୍ୟାଣ ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିଥିଲେ। ଏହାପୂର୍ବରୁ ସେ ‘ଏକ ପେଡ୍‌ ମା’ କେ ନାମ’ ଅଭିଯାନରେ ବୃକ୍ଷରୋପଣ ଓ ରକ୍ତଶିକୁଳି ସମ୍ପର୍କିତ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିଲେ। ବିଭିନ୍ନ ଉଦ୍ୟୋଗ ଓ ସଂସ୍ଥାରେ କାର୍ଯ୍ୟରତ ଜନଜାତି ଅଧିକାରୀ ଓ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ବୈଠକରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଆୟୋଗ ନିର୍ଦ୍ଦେଶକ ପୁର୍ଣ୍ଣେନ୍ଦୁ କାନ୍ତ, ଖୋର୍ଦ୍ଧା ଡିଏଫ୍‌ଓ ଲାଡେ ଗଜାନନ ଦୟାନନ୍ଦ, ଏଡିଏମ୍‌ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଏଡିଏମ୍‌ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *