ଆଇବିଏମ୍‌ଡିସି କାର୍ଯ୍ୟକ୍ରମର ଶୁଭାରମ୍ଭ

Advertisement

ଭୁବନେଶ୍ୱର ତା. ୧୮/୭ : ବିଭିନ୍ନ କାରଣରୁ ଏବେ ଦେଶ ଏବଂ ଆମ ରାଜ୍ୟରେ ସ୍ନାୟୁଜନିତ ରୋଗ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ରୋଗୀମାନଙ୍କ ତୁଳନାରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାବେଳେ କେତେକାଂଶରେ ସଚେତନତା ଅଭାବରୁ ରୋଗୀ ପଙ୍ଗୁ ମଧ୍ୟ ହୋଇଯାଉଛନ୍ତି । ତେଣୁ ସ୍ନାୟୁ ଜନିତ ରୋଗ ସଂପର୍କରେ ଅଧିକରୁ ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ ହେବା ଦରକାର । ଏପରିକି ଏସବୁ ରୋଗର ନିରାକରଣ ନେଇ ଅଧିକ ଗବେଷଣାର ଆବଶ୍ୟକତା ମଧ୍ୟ ରହିଛି । ତିନିଦିନିଆ ଇଣ୍ଟରନ୍ୟାସନାଲ ଭୁବନେଶ୍ୱର ମୁଭମେଣ୍ଟ ଡିଜ୍‌ଅରଡର ମାଷ୍ଟର କ୍ଲାସ ବା ଆଇବିଏମ୍‌ଡିସି କାର୍ଯ୍ୟକ୍ରମର ଉଦ୍‌ଘାଟନି ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୌମ୍ୟଦର୍ଶନ ନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଇବିଏମ୍‌ଡିସି କାର୍ଯ୍ୟକ୍ରମ । ନ୍ୟୁରୋଲୋଜି ଆସୋସିଏସନ ଅଫ୍ ଓଡ଼ିଶା ଦ୍ୱାରା ଆୟୋଜିତ ଏହି ଶିକ୍ଷାଭିତ୍ତିକ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଡାକ୍ତର ତଥା ପ୍ରଫେସର କୈଳାସ ପି. ଭାଟିଆ ଯୋଗ ଦେଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ଜଣେ ପ୍ରଫେସର ଆଲବର୍ଟୋ ଜେ ଏପ୍‌ସେ ମଧ୍ୟ ଏଥିରେ ଅନ୍ୟତମ ଅତିଥିଭାବେ ଉପସ୍ଥିତ ଥିଲେ । ମୁଖ୍ୟତଃ ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ମୁଭମେଣ୍ଟ ଡିସଅର୍ଡରର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *