ପିପିଏଲ୍‌ ସମ୍ପ୍ରସାରଣ ଓ ପାରାଦୀପରେ ନୂଆ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି ସଫଳତାର ସହିତ ସମ୍ପନ୍ନ

Advertisement

  • ପିପିଏଲ୍‌ର ଉତ୍ପାଦନ ସାମର୍ଥ୍ୟ ସୁଦୃଢ ହେବା ଲକ୍ଷ୍ୟରେ ପ୍ରସ୍ତାବିତ ସମ୍ପ୍ରସାରଣକୁ ସ୍ଥାନୀୟ ଜନସମୁଦାୟଙ୍କ ସ୍ୱାଗତ
  • ନୂତନ ପ୍ରକଳ୍ପଗୁଡିକ ସମ୍ବଳର ଉପଯୋଗ, ମୂଲ୍ୟଯୁକ୍ତ କରିବା ଏବଂ ଦୀର୍ଘସ୍ଥାୟୀ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ

ପାରାଦୀପ, ଅଗଷ୍ଟ ୨୮, ୨୦୨୬: ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ (ପିପିଏଲ୍‌)ର ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ପାରାଦୀପରେ ନୂତନ ପ୍ରକଳ୍ପଗୁଡିକ ଉପରେ ଜନଶୁଣାଣି ପାରାଦୀପ ପିପିଏଲ୍‌ ଟାଉନସିପ୍‌ର ଡିଏଭି ପବ୍ଲିକ ସ୍କୁଲଠାରେ ଅଗଷ୍ଟ ୨୮, ୨୦୨୬ ଦିନ ସଫଳତାର ସହିତ ସମ୍ପନ୍ନ ହୋଇଛି । ପାରାଦୀପର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ୍‌) ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି), ପାରାଦୀପର ଆଞ୍ଚଳିକ ଅଧିକାରୀ (ଆରଓ) ଶ୍ରୀମତୀ ବିବେଚିତା ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ତଥା ନିୟାମକ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ପାରାଦୀପ ଅତିରିକ୍ତ ଏସପି ଶ୍ରୀ ଅଜିଙ୍କୟ ମାନେ ଉପସ୍ଥିତ ଥିଲେ I


୫୦୦ ରୁ ଅଧିକ ସ୍ଥାନୟୀ ବାସିନ୍ଦା, ଜନ ପ୍ରତିନିଧିଗଣ, ଗୋଷ୍ଠୀ ସଦସ୍ୟବୃନ୍ଦ ଏବଂ ଅନ୍ୟ ସହଭାଗୀମାନେ ଏହି ଜନ ଶୁଣାଣିରେ ଅଂଶଗ୍ରହଣ କରିବା ସହିତ ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପଗୁଡିକ ସମ୍ପର୍କରେ ସେମାନଙ୍କର ମତାମତ, ପ୍ରସ୍ତାବ ଓ ଆଶଙ୍କା ଆଦି ବ୍ୟକ୍ତ କରିଥିଲେ । ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଅଂଶଗ୍ରହଣକାରୀଙ୍କ ନିକଟରୁ ସମର୍ଥନ ମିଳିଥିବାବେଳେ ଅନେକ ସ୍ଥାନୀୟ ଅଧିବାସୀ, ଗୋଷ୍ଠୀ ସଦସ୍ୟବୃନ୍ଦ ଏବଂ ଅନ୍ୟ ସହଭାଗୀମାନେ ସମ୍ପ୍ରସାରଣ ଏବଂ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ତଥା ଜନସମୁଦାୟ ପାଇଁ ହେବାକୁ ଥିବା ସମ୍ଭାବ୍ୟ ଲାଭକୁ ନେଇ ସେମାନଙ୍କର ସକାରାତ୍ମକ ମତାମତ ଦେଇଥିଲେ । ଶୁଣାଣି କାର୍ଯ୍ୟକ୍ରମ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇଥିଲା ଏବଂ ପିପିଏଲ୍‌ ଓ ଏହାର ପରିବେଶ ପରାମର୍ଶଦାତାମାନେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଉତ୍‌ଥାପିତ ପ୍ରଶ୍ନ ଓ ପ୍ରସଙ୍ଗଗୁଡିକର ଉତ୍ତର ରଖିଥିଲେ । ପିପିଏଲ୍ ର ସିଜିଏମ୍‌-ଏଚ୍‌ଆର୍‌ ଶ୍ରୀ ସୁମିତ ସେନାପତି ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ଏବଂ ଏହାର ବିଭିନ୍ନ ସୁବିଧା ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ ।
“ଜନ ଶୁଣାଣି ସମୟରେ ସ୍ଥାନୀୟ ଜନ ସମୁଦାୟଙ୍କ ଦ୍ୱାରା ଗଠନମୂଳକ ଅଂଶଗ୍ରହଣ ଓ ସମର୍ଥନ ନେଇ ଆମେ ଉତ୍ସାହିତ ଅଛୁ । ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପଗୁଡିକ ପିପିଏଲ୍‌ର ଉତ୍ପାଦନ ସାମର୍ଥ୍ୟ ସୁଦୃଢ କରିବାକୁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ସ୍ଥାନୀୟ ବିକାଶ ଏବଂ ନିଯୁକ୍ତି ନିମନ୍ତେ ବୃହତ୍ତର ସୁଯୋଗଗୁଡିକ ସୃଷ୍ଟି କରିବ । ପ୍ରକଳ୍ପକୁ ଦାୟିତ୍ୱସମ୍ପନ୍ନ ଭାବରେ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ପରିବେଶଗତ ସୁରକ୍ଷା, ସମ୍ବଳର ଦକ୍ଷତା, ନିୟାମକ ଅନୁପାଳନ ତଥା ଆମ ଚତୁର୍ପାର୍ଷ୍ୱରେ ଥିବା ଜନସମୁଦାୟଙ୍କର କଲ୍ୟାଣ ପ୍ରତି ଯଥୋଚିତ ଗୁରୁତ୍ୱ ଦିଆଯାଉଛି । ସମସ୍ତ ସହଭାଗାୀମାନଙ୍କର ଅଂଶଗ୍ରହଣ ପାଇଁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛୁ ଏବଂ ଆମେ ଆଗକୁ ବଢୁଥିବାବେଳେ ସେମାନଙ୍କର ନିରନ୍ତର ସମର୍ଥନ ଓ ସହଯୋଗ ଆଶା କରୁଛୁ,” ବୋଲି ଶ୍ରୀ ଏସ.ଗିରିଶ, ୟୁନିଟ ହେଡ୍‌, ପିପିଏଲ୍‌ର ପାରାଦୀପ ୟୁନିଟ ପ୍ରକାଶ କରିଥିଲେ ।
ପ୍ରସ୍ତାବିତ ପିପିଏଲ୍‌ ସମ୍ପ୍ରସାରଣ ପ୍ରକଳ୍ପରେ କୌଣସି ଅତିରିକ୍ତ ଜମି ଅଧିଗ୍ରହଣ କରାନଯାଇ ପିପିଏଲ୍‌ କାରଖାନା ପରିସର ମଧ୍ୟରେ ସାର ଓ ସ୍ପେଶାଲିଟି ରସାୟନ ଉତ୍ପାଦନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବିବିଧକରଣ କରାଯିବ । ପ୍ରସ୍ତାବିତ ପ୍ରକଳ୍ପରେ ଏକ ନୂତନ ଏନ୍‌ପି / ଏନ୍‌ପିକେ ଗ୍ରାନୁଲେସନ କମ୍ପ୍ଲେକ୍ସ, ଜିଟିଏସ୍‌ପି, ଆମୋନିୟମ ସଲ୍‌ଫେଟ, କଷ୍ଟମାଇଜଡ ଓ ୱାଟର- ସଲ୍ୟୁବଲ ଫର୍ଟିଲାଇଜର, ମୂଲ୍ୟଯୁକ୍ତ ଜିପ୍‌ସମ ଉତ୍ପାଦସମୂହ, ଗ୍ରୀନ ଆମୋନିଆ, ସ୍ପେଶାଲିଟି ଫ୍ଲୋରିନ ଡେରିଭେଟିଭସ୍‌ ଏବଂ ଅନ୍ୟ ମୂଲ୍ୟଯୁକ୍ତ ଉତ୍ପାଦଗୁଡିକ ଅନ୍ତର୍ଭୁକ୍ତ ।
ଏହି ପ୍ରକଳ୍ପ ସମ୍ବଳ ସଂରକ୍ଷଣ, ଆବର୍ତ୍ତୀ ଅର୍ଥନୀତି ଏବଂ ପରିବେଶଗତ ଦୀର୍ଘସ୍ଥାୟିତା ଉପରେ ଉଲ୍ଲେଖନୀୟ ଗୁରୁତ୍ୱ ଦେଉଛି । ସମ୍ପ୍ରତି ରହିଥିବା ଫସଫରିକ ଏସିଡ ପ୍ଲାଣ୍ଟ୍‌ରୁ ଉତ୍ପାଦିତ ଫ୍ଲୋରୋସାଇଲିସିକ୍‌ ଏସିଡକୁ ଆଲୁମିନିୟମ ଫ୍ଲୋରାଇଡ ଏବଂ ଅନ୍ୟ ଫ୍ଲୋରିନ ଡେରିଭେଟିଭସ୍‌ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯିବାକୁ ଥିବାବେଳେ ଫସଫୋଜିପ୍‌ସମକୁ ମୂଲ୍ୟଯୁକ୍ତ ଜିପ୍‌ସପ ଉତ୍ପାଦ ଏବଂ ୟୁନିଆ- କ୍ୟାଲସିୟମ ସଲ୍‌ଫେଟ ଭିତ୍ତିକ ସାର ଉତ୍ପାଦନ ନିମନ୍ତେ ବିନିଯୋଗ କରାଯିବ । ପ୍ରସ୍ତାବିତ ଗ୍ରୀନ ଆମୋନିଆ କାରଖାନା ନବୀକରଣଯୋଗ୍ୟ ଶକ୍ତି ଭିତ୍ତିକ ହାଇଡ୍ରୋଜେନକୁ ବ୍ୟବହାର କରିବ, ଯାହା ଜାତୀୟ ସବୁଜ- ଶକ୍ତି ରୂପାନ୍ତରଣ ଏବଂ ନେଟ୍‌ ଜିରୋ ନିର୍ଗମନ ନିମନ୍ତେ ପିପିଏଲ୍‌ର ଲକ୍ଷ୍ୟ ହାସଲକୁ ସମର୍ଥନ କରିବ ।
ପ୍ରସ୍ତାବିତ ସମ୍ପ୍ରସାରଣ ସମ୍ପ୍ରତି ରହିଥିବା ଭିତ୍ତିଭୂମି ଏବଂ ସୁବିଧାଗୁଡିକର ସର୍ବାଧିକ ଉପଯୋଗ କରିବ । ପରିବେଶଗତ ସୁରକ୍ଷାଗୁଡିକ ମଧ୍ୟରେ ଜିରୋ ଲିକ୍ୱିଡ ଡିସଚାର୍ଜ (ଜେଡଏଲଡି) ନୀତିସମୂହ ଅଧୀନରେ ଶିଳ୍ପ ବର୍ଜ୍ୟଗୁଡିକର ବିଶୋଧନ ଏବଂ ପୁନଃବ୍ୟବହାର, ସିୱେଜ ବିଶୋଧନ ଓ ପୁନଃବ୍ୟବହାର, ଉନ୍ନତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାସମୂହ, ନିରନ୍ତର ଅନ୍‌ଲାଇନ ନିର୍ଗମନ ନିରୀକ୍ଷଣ, ବୈଜ୍ଞାନିକ ଉପାୟରେ ବର୍ଜ୍ୟ ପରିଚାଳନା ଏବଂ ସବୁଜ ବଳୟ ତଥା ପରିବେଶଗତ ନିରୀକ୍ଷଣ ବ୍ୟବସ୍ଥାଗୁଡିକ ସୁଦୃଢ କରିବା ଆଦି ଅନ୍ତର୍ଭୁକ୍ତ ।
ଜନ ଶୁଣାଣି ସଫଳତାର ସହିତ ସମ୍ପନ୍ନ ହେବା ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ବୈଧାନିକ ପରିବେଶଗତ ଅନୁମୋଦନ ପ୍ରକି୍ରୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଛି । ଦାୟିତ୍ୱସମ୍ପନ୍ନ ଶିଳ୍ପ ବିକାଶ, ପରିବେଶଗତ ସୁରକ୍ଷା, ନିୟାମକ ଅନୁପାଳନ ଏବଂ ସ୍ଥାନୀୟ ଜନସମୁଦାୟଙ୍କ ସହିତ ନିରନ୍ତର ନିୟୋଜିତ ରହିବା ନେଇ ପିପିଏଲ୍‌ର ନିଜର ପ୍ରତିବଦ୍ଧତାକୁ ପୁନଃଦୋହରାଇଛି ।
ଏହାର ସିଏସ୍‌ଆର ଏବଂ ଗୋଷ୍ଠୀ ବିକାଶ ପ୍ରୟାସଗୁଡିକ ଜରିଆରେ କମ୍ପାନୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବିକାରେ ପରିବର୍ଦ୍ଧନ, ପରିବେଶଗତ ସଂରକ୍ଷଣ, ଜଳ ଓ ପରିମଳ ଏବଂ ଗୋଷ୍ଠୀ କଲ୍ୟାଣ ଆଦି କ୍ଷେତ୍ରଗୁଡିକୁ ନିରନ୍ତର ସମର୍ଥନ ଜାରି ରଖିବ ।
ଜନ ଶୁଣାଣି କାର୍ଯ୍ୟକ୍ରମ ଏକ ସକାରାତ୍ମକ ଏବଂ ଗଠନମୂଳକ ପରିବେଶରେ ସମାପ୍ତ ହୋଇଥିଲା, ଯାହା ପାରାଦୀପ ଅଞ୍ଚଳର ଦୀର୍ଘସ୍ଥାୟୀ ବିକାଶରେ ସହଭାଗୀମାନଙ୍କର ଅଂଶଗ୍ରହଣର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା ।

Advertisement
Advertisement

Leave a Reply

Your email address will not be published. Required fields are marked *