ମାଟ୍ରିକ ଯୁଗ୍ମ ଟପ୍ପରଙ୍କୁ ‘ଗୋପବନ୍ଧୁ ଦାସ ମେଧାବୃତ୍ତି’

Advertisement


ଭୁବନେଶ୍ୱର, ୬/୯: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯୁଗ୍ମ ଭାବେ ଶୀର୍ଷସ୍ଥାନ ହାସଲ କରିଥିବା ଆଶୁତୋଷ ନାୟକ ଓ ପାର୍ଥସାରଥି ମହନ୍ତଙ୍କୁ ‘ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
ବାଲେଶ୍ୱର ଜିଲ୍ଲା ସୋରର କେସି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଓ ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପାର୍ଥସାରଥି ମହନ୍ତଙ୍କୁ ସମ୍ମାନିତ କରାଯାଇଛି। ସିଙ୍ଗାପୁରରେ ରହୁଥିବା କେନ୍ଦୁଝର ଆନନ୍ଦପୁର ବ୍ଲକ ଫକୀରପୁରର ସତ୍ୟ ସୁତାର ଗତ ୬ ବର୍ଷ ଧରି ରାଜ୍ୟର ମାଟ୍ରିକ ଟପ୍ପରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି।
କାର୍ଯ୍ୟକ୍ରମରେ ସହଦେବ ସାହୁ, ସମାଜସେବୀ ନମ୍ରତା ଚଢା, ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ଡ. ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ମତ ରଖିଥିଲେ।

Advertisement

Leave a Reply

Your email address will not be published. Required fields are marked *