ଟାଟାଷ୍ଟିଲ୍ଫାଉଣ୍ଡେସନପକ୍ଷରୁଗୁରୁକୋଲ୍ଲାକୋବୋଦ୍ରାଙ୍କ୧୦୭ତମଜୟନ୍ତୀପାଳିତ

Advertisement

 

~ ୱାରାଙ୍ଗ ଚିଟି ଲିପିର ସୁରକ୍ଷା ଓ ପ୍ରଚାର ପାଇଁ ଏକତ୍ରିତ ହେଲେ ୬୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକ

Advertisement

 

କଳିଙ୍ଗନଗର, ଅଗଷ୍ଟ ୨୮, ୨୦୨୬ : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ଏବଂ ‘ହୋ ଆନସିଏଣ୍ଟ କଲଚର ଆଣ୍ଡ ସାଇନ୍ସ ୱେଲଫେୟାର ଫାଉଣ୍ଡେସନ’ର ମିଳିତ ସହଯୋଗରେ ଗୁରୁବାର ଦିନ ଶାଳିଜଙ୍ଗା ସ୍ଥିତ ବାଲିଆପାଳ ଫୁଟବଲ ପଡ଼ିଆରେ ପଣ୍ଡିତ ଗୁରୁ କୋଲ୍ ଲାକୋ ବୋଦ୍ରାଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ପଣ୍ଡିତ ଲାକୋ ବୋଦ୍ରା ଥିଲେ ‘ୱାରାଙ୍ଗ ଚିଟି’ ଲିପିର ସ୍ରଷ୍ଟା ଏବଂ ଓଡ଼ିଶା ତଥା ଝାଡ଼ଖଣ୍ଡର ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।

 

ହୋ ସମ୍ପ୍ରଦାୟର ସ୍ୱତନ୍ତ୍ର ପରିଚୟ ଓ ଐତିହ୍ୟକୁ ବଜାୟ ରଖିବା ସହ ହୋ ଭାଷାର ସରକାରୀ ଲିପି ‘ୱାରାଙ୍ଗ ଚିତି’ର ସଂରକ୍ଷଣ ତଥା ପ୍ରଚାର-ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ସଂକଳ୍ପ ସହ ପାଖାପାଖି ୬୦୦ ସ୍ଥାନୀୟ ଲୋକ ଏକତ୍ରିତ ହୋଇଥିଲେ।

 

ଏହି ସମାରୋହରେ ମୟୂରଭଞ୍ଜର ବିଶିଷ୍ଟ ସମାଜସେବୀ ଶିଳାଇ ପୂର୍ତ୍ତି, ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ଚିଫ, ରବି ମାରିକ, ଶାଳିଜଙ୍ଗା ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ଦାସ, ଟିଏସଏଫର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ପଣ୍ଡିତ ଗୁରୁ କୋଲ୍ ଲାକୋ ବୋଦ୍ରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 

ଏହି ଅବସରରେ ଆଦିବାସୀ ଭାଷା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥି ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ଆଦର୍ଶ ଶିକ୍ଷକ ଏବଂ ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

ସୂଚନାଯୋଗ୍ୟ ଯେ, ଟିଏସଏଫ୍ ବର୍ତ୍ତମାନ କଳିଙ୍ଗନଗର ଅଞ୍ଚଳରେ ୭୭ଟି ଆଦିବାସୀ ଭାଷା କେନ୍ଦ୍ର ପରିଚାଳନା କରୁଛି । ଏଠାରେ ୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ‘ଓଲଚିକି’ ଏବଂ ‘ୱାରାଙ୍ଗ ଚିଟି’ ଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି, ଯାହା ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ ଓ ଭାଷାଗତ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Advertisement

Leave a Reply

Your email address will not be published. Required fields are marked *