ଚର୍ଚ୍ଚାରେ ସୁବର୍ଣ୍ଣପୁରର ମମତା ଡୋରି ।

Advertisement

ସମ୍ବଲପୁରୀ କପଡ଼ାର ଚାହିଦା ଏବେ ସୁଦୂର ପ୍ରସାରୀ ହୋଇ ପାରିଛି । ହାତ ବୁଣା ଲୁଗାର ଚାହିଦା ବିଶ୍ୱ ବଜାରରେ ବି ପ୍ରଭାବିତ କରିଛି । ତେବେ ସେହି ଲୁଗାକୁ ଆଉ ଟିକେ ଆଗକୁ ନେବା ପାଇଁ ନିଆରା ପ୍ରୟାସ କରିଛନ୍ତି ଜଣେ ଫେଶନ ଡିଜାଇନର। ବିଦେଶରେ ଏହାକୁ ଯେମିତି ପସନ୍ଦ କରିବେ ସେଭଳି ଡିଜାଇନ୍ କରି ଏବେ ଚର୍ଚ୍ଚାର ସୁବର୍ଣ୍ଣପୁର ର ମମତା ଡୋରି ।

ସମ୍ବଲପୁରୀ ବା ସୋନପୁରୀ ବାନ୍ଧ ଶାଢ଼ୀ ଏବେ ବିଶ୍ୱ ବଜାରରେ ସ୍ୱତନ୍ତ୍ରତା ଲାଭ କରି ସାରିଛି। ତେବେ ଏହି ପାରମ୍ପରିକ କଳାକୁ ଆହୁରି ଆଗକୁ ନେବାକୁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି ଫେସନ୍ ଡିଜାଇନର ମମତା ଦାସ । ସେ ନିଜେ ଫେଶନ୍ ଡିଜାଇନ୍ ସମ୍ବଲପୁରୀ କପଡ଼ାର ତିଆରି କରିଛନ୍ତି ଭଳିକି ଭଳି ମଡର୍ନ ଡ୍ରେସ । ଏହାକୁ ନେଇ ସେ ସୁଦୂର ଚାଇନାରେ ବି ହୋଇଛନ୍ତି ପୁରସ୍କୃତ। ଗତ ୧୧ ରୁ ୧୬ ଜୁନ୍ ରେ ଚାଇନାରେ ଆୟୋଜିତ ଚାଇନା କୁନମିଙ୍ଗ ଇମ୍ପୋର୍ଟ ଏକ୍ସପୋର୍ଟ ଫେୟାର ରେ ଯୋଗଦେଇଥିଲେ ମମତା । ରାଜ୍ୟ MSME ଦ୍ବାରା ବାଣିଜ୍ୟ ବିଭାଗର ସହାୟତା ରେ ଭାରତର ୧୦୦ ଜଣ ପ୍ରତିଯୋଗୀ ସହ ଓଡ଼ିଶାର ୯ ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଭାରତରୁ ଏକା ପୁରଷ୍କୃତ ହୋଇ ମମତା ବାଜି ମାରିଛନ୍ତି । ଯାହାକୁ ନେଇ ସେ ଓ ଜିଲ୍ଲାବାସୀ ବେଶ୍ ଖୁସି ଅନୁଭବ କରିଛନ୍ତି ।

ଭୁବନେଶ୍ୱର ର ଝିଅ ସୋନପୁର ସହରରେ ବୋହୂ ହୋଇ ଥିବା ମମତା ଦୁଇ ବର୍ଷ ହେବ ମମତା ଡୋରି ନାମରେ ଏକ ଫେସନ ଡିଜାଇନ୍ ସେଣ୍ଟର କରି ଅନେକ ଯୁବତୀ ଙ୍କୁ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି । ବିଶେଷକରି ପାରମ୍ପରିକ ଆଭରଣ ରେ ଆଧୁନିକତାର ଛାପ ଦେଉଥିବାରୁ ତାଙ୍କ ପ୍ରସ୍ତୁତ ସାମଗ୍ରୀ ବେଶ୍ ଆଦୃତ ହୋଇ ପାରିଛି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଆଜି ମାଟି ଗୌରବାନ୍ଵିତ ହୋଇଥିବା କହିଛନ୍ତି ଜିଲ୍ଲାବାସୀ । ତେବେ ସେ ତାଲିମ ଦେଉଥିବା ଯୁବତୀମାନେ ବି ନିଜେ ସ୍ୱାବଲମ୍ବୀ ହୋଇ ପାରିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ନିଜେ ଗର୍ବ ଅନୁଭବ କରିଛନ୍ତି ତାଲିମ ପ୍ରାପ୍ତ ଯୁବତୀ ମାନସୀ ପଧାନ,

Advertisement

ସୋନପୁର ପରି ଏକ ଛୋଟ ସହରରୁ ଚାଇନା ଯାତ୍ରା । ସେତେଟା ସହଜ ନଥିଲେ ବି ସଙ୍ଘର୍ଷ କରି ସଫଳତା ପାଇଛନ୍ତି ମମତା। ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚିୟ।

Advertisement

Leave a Reply

Your email address will not be published. Required fields are marked *