ହାଇ-ଟେକ୍ ହସ୍ପିଟାଲରେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍‌ର ସଫଳ ଚିକିତ୍ସା

Advertisement


ଭୁବନେଶ୍ୱର, ଅକ୍ଟୋବର ୬: ଭୁବନେଶ୍ୱରସ୍ଥିତ ହାଇ-ଟେକ୍ ହସ୍ପିଟାଲରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍ (ଶିରା ସଙ୍କୋଚନ) ର ସଫଳ ଚିକିତ୍ସା କରାଯାଇଛି। ଉନ୍ନତ ଭେନୋଗ୍ରାଫି ଓ ଡିଜିଟାଲ୍ ସବ୍‌ଟ୍ରାକ୍ସନ୍ ଆଞ୍ଜିଓଗ୍ରାଫି (DSA) ପ୍ରଯୁକ୍ତିର ସହାୟତାରେ ଏହି ପ୍ରକ୍ରିୟା ସଫଳ ହୋଇଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।
ହସ୍ପିଟାଲ୍ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ରୋଗୀଙ୍କ ଦୁର୍ଲଭ ଭେନସ୍ ଷ୍ଟେନୋସିସ୍‌କୁ ଡା. ସିମାଞ୍ଚଳ ମହାପାତ୍ର ଚିହ୍ନଟ କରିଥିଲେ। ରୋଗ ନିରୂପଣ ପରେ ତୁରନ୍ତ ଓ ସଠିକ୍ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିଲା।
ଏହି ପ୍ରକ୍ରିୟାକୁ ଡା. ଦେବାଶିଷ ହୋତା ସଫଳତାର ସହିତ ସମ୍ପାଦନ କରିଥିଲେ। ଚିକିତ୍ସା ପରେ ମାତ୍ର ୧୫ ମିନିଟ୍ ମଧ୍ୟରେ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଦେଖାଯାଇଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
ଏହି ସଫଳତା ଉନ୍ନତ ଚିକିତ୍ସା ପ୍ରଯୁକ୍ତି, ରୋଗର ସଠିକ୍ ନିରୂପଣ ଏବଂ ଅଭିଜ୍ଞ ଚିକିତ୍ସକଙ୍କ ସମନ୍ୱିତ ପ୍ରୟାସ ଜଟିଳ ଓ ଦୁର୍ଲଭ ରୋଗର ଚିକିତ୍ସାରେ କିପରି ଗୁରୁତ୍ୱପୂର୍ଣ୍ଣ ହୁଏ, ତାହାର ଏକ ଉଦାହରଣ ବୋଲି ହସ୍ପିଟାଲ୍ ପକ୍ଷରୁ ଦର୍ଶାଯାଇଛି।

Advertisement

Leave a Reply

Your email address will not be published. Required fields are marked *