ଜମିଜମା ସମସ୍ୟାର ସମାଧାନ ପାଇଁ ଭାରତରେ ପ୍ରଥମ ଏଆଇ-ଆଧାରିତ ପ୍ଲାଟଫର୍ମ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ର ଲୋକାର୍ପଣ ।

Advertisement

ଭାରତରେ ଜମି କିଣାବିକା ଏବଂ ମାଲିକାନା ସର୍ବଦା ଆଇନଗତ ଜଟିଳତା ଭିତରେ ଛନ୍ଦି ହୋଇ ରହିଥାଏ। ଜମିଜମା ସମ୍ପର୍କିତ ସମସ୍ତ କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟାକୁ ସରଳ ତଥା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ

ଏହାର ଏକ ବୈଷୟିକ ଏବଂ ସ୍ଥାୟୀ ସମାଧାନ ନେଇ ଆସିଛି “ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ” (thelandbankers.com)। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଏହାର ଅଭିନବ ଏଆଇ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି, ଯାହା ସମଗ୍ର ଭାରତରେ ପ୍ରଥମ।

ଭାରତରେ ଜମିର କ୍ରୟ-ବିକ୍ରୟ ଏକ ବଡ଼ ସମସ୍ୟା। ଅସ୍ପଷ୍ଟ ଦସ୍ତାବିଜ୍ ବା କାଗଜପତ୍ର, ଭୁଲ୍ ରେକର୍ଡ, ଏବଂ ଜବରଦଖଲ ପରି ସମସ୍ୟା ପାଇଁ ଜମି କିଣାବିକା ବହୁମାତ୍ରାରେ ବାଧାପ୍ରାପ୍ତ ହେଉଛି ଏପରିକି ଜମି କିଣାବିକା ବ୍ୟବସାୟ ମଧ୍ୟ ମନ୍ଥର । ଜମିର ଆଇନଗତ ଅସ୍ପଷ୍ଟତା କାରଣରୁ ନିବେଶକମାନେ ପୁଞ୍ଜି ବିନିଯୋଗ ପାଇଁ ଭୟ କରୁଥିବା ବେଳେ, ପିଢ଼ି ପରେ ପିଢ଼ି ଲାଗି ରହୁଥିବା ବିବାଦ ସାଧାରଣ ଲୋକଙ୍କ ମାନସିକ ଶାନ୍ତି ଛଡ଼ାଇ ନେଉଛି।

Advertisement

ଏହି ସବୁ ସମସ୍ୟାର ଅନ୍ତ ଘଟାଇବା ପାଇଁ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ଟେକ୍ନୋଲୋଜିର ସାହାରା ନେଇଛି। ଏହି ପ୍ଲାଟଫର୍ମ ଜରିଆରେ ଜମିର ପ୍ରକୃତ ସ୍ଥିତି ଯାଞ୍ଚ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ମାଧ୍ୟମରେ ଆପଣଙ୍କ ଜମିର କାଗଜପତ୍ର ଅନୁଶୀଳନ ଓ ତଦାରଖ, ଜମିର ସଠିକ୍ ମୂଲ୍ୟାୟନ, ଏବଂ ଆଇନଗତ ବିବାଦର ସମାଧାନ ପାଇଁ ବିଶେଷଜ୍ଞଙ୍କ ସହାୟତା ମିଳିପାରିବ। ଗୋଟିଏ କ୍ଲିକ୍‌ରେ ସରକାରୀ ରେକର୍ଡର ସ୍ୱଚ୍ଛ ଚିତ୍ର ଏବେ ଲୋକଙ୍କ ପାଖରେ ଉପଲବ୍ଧ ହେବ। ଯେପରିକି ଭୂଲେଖ, (thelandbankers.com)। .କଂ/ଭୂଲେଖ-ଓଡିଶା)କୁ ଅତି ସହଜରେ ବ୍ୟବହାର କରିହେବ

ଏହି ସେବା ଦ୍ୱାରା ସ୍ଥାନୀୟ ଲୋକମାନେ ନିଜ ଜମିର ରେକର୍ଡକୁ ଅତି ସହଜରେ ବୁଝିପାରିବେ ଏବଂ ଭବିଷ୍ୟତରେ ହେବାକୁ ଥିବା ଠକେଇର ଶିକାର ହେବାରୁ ବର୍ତ୍ତିପାରିବେ। ଅନ୍ୟପକ୍ଷରେ, ଡିଜିଟାଲ୍ ତଥ୍ୟ ଏବଂ ଟେକ୍ନୋଲୋଜି ଆଧାରରେ ବେଆଇନ ଜବରଦଖଲ ରୋକିବା, ଦଲିଲ୍ ଜାଲିଆତି ଧରିବା ଏବଂ ଜମିଜମା ମାମଲାର ଦ୍ରୁତ ଫଇସଲା କରିବାରେ ଏହା ଉଭୟ ଓଡ଼ିଶା ତଥା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଳିଷ୍ଠ ଅସ୍ତ୍ର ସାଜିପାରେ ।ପ୍ରତିଷ୍ଠାତା ଓ ଟିମ୍ ସମ୍ପର୍କରେ ଓଡ଼ିଆ ପୁଅ ଅମରେନ୍ଦ୍ର ସାହୁଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ୱରେ ଏହି ପ୍ଲାଟଫର୍ମଟିର ପରିକଳ୍ପନା କରାଯାଇଛି। ଅମରେନ୍ଦ୍ର, ଜମି ସହ ଜଡ଼ିତ ପାରିବାରିକ ଆବେଗ ଓ ବିବାଦକୁ ନିକଟରୁ ଦେଖିଛନ୍ତି। “ଭାଗବଣ୍ଟା ଏବଂ ଜମି ବିବାଦ କିପରି ସମ୍ପର୍କ ନଷ୍ଟ କରେ ତାହା ସଭିଏଁ ଜାଣନ୍ତି। ତେଣୁ ଜମି ମାଲିକାନାକୁ ସହଜ, ସ୍ୱଚ୍ଛ ଓ ବିବାଦମୁକ୍ତ କରିବା ମୋର ମୁଖ୍ୟ ଲକ୍ଷ୍ୟ,” ବୋଲି ସେ ପ୍ରକାଶ କରିଛନ୍ତି। ଅମରେନ୍ଦ୍ରଙ୍କ ସହିତ ଏହି ପ୍ରକଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମୁଖ୍ୟ ଭାବେ ବିକାଶ ପାତ୍ର ଏବଂ ୟୁଆଇ/ୟୁଏକ୍ସ ବିଶେଷଜ୍ଞ ଭାବେ ଶାନାଭାସ ବାଇଜୁଙ୍କ ଭଳି ଅଭିଜ୍ଞ ଟିମ୍ ସଦସ୍ୟମାନେ କାର୍ଯ୍ୟ କରୁଛନ୍ତି।

ଓଡ଼ିଶାର ମାଟିରୁ ଆରମ୍ଭ ହୋଇଥିବା ଏହାର ଯାତ୍ରା ଖୁବ୍ ଶୀଘ୍ର ଦେଶର ଅନ୍ୟ ପ୍ରମୁଖ ରାଜ୍ୟକୁ ସମ୍ପ୍ରସାରିତ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାରେ ସଫଳତାର ସହ କାର୍ଯ୍ୟ ଆରମ୍ଭ କରିବା ପରେ, ଖୁବ୍ ଶୀଘ୍ର କର୍ଣ୍ଣାଟକ ଏବଂ ତାମିଲନାଡୁରେ ମଧ୍ୟ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ଏହାର ସେବା ଆରମ୍ଭ କରିବା ନେଇ ଯୋଜନା ରଖିଛି।ଜ୍ଞାନକୌଶଳ ଏବଂ ଆଇନଗତ ବିଶେଷଜ୍ଞଙ୍କ ମିଶ୍ରଣରେ ‘ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ’ ଭାରତରେ ରିଅଲ୍ ଇଷ୍ଟେଟ୍ ଏବଂ ଜମି ପରିଚାଳନା କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ରିଅଲ୍ ଇଷ୍ଟେଟ୍ ମାଲିକ, ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ ର ସେବା ନେଇଥିବା ବହୁ ଉପଭୋକ୍ତା ଓ ଉପସ୍ଥିତ ପ୍ରତିଷ୍ଠିତ ସାମ୍ବାଦିକ ମାନେ ଏହାର ପ୍ରସଂଶା କରିବା ସହ ଜୋର ଦେଇ କହିଥିଲେ ଯେ ଓଡ଼ିଶାରେ ପୁଣି ଜମିଜମା ବ୍ୟବସାୟର ସ୍ୱର୍ଣ୍ଣିମ ଯୁଗ ଦି ଲ୍ୟାଣ୍ଡ ବ୍ୟାଙ୍କର୍ସ ଆରମ୍ଭ କରିବ ।

Advertisement

Leave a Reply

Your email address will not be published. Required fields are marked *