ଧାନର ଆଦିଭୂମି କୋରାପୁଟରୁ ହଜିଗଲାଣି ଦେଶୀଧାନ

Advertisement

ଦିଲ୍ଲୀପ କୁମାର ସୁବୁଦ୍ଧି

କମ ପାଣିରେ ହେଉଥିଲା
ମରୁଡ଼ି ସାହଣୀ ଗୁଣ ଥିଲା
ରାସାୟନିକ ସାର ଓ କୀଟନାଶକ ଲୋଡୁନଥିଲା
ଭାତ, ପିଠା, ଖଇ, ମୁଢ଼ି, ମୁଆଁ ପାଇଁ ବ୍ଯବହାର ହେଉଥିଲା ଅଲଗା ଅଲଗା ପ୍ରଜାତିର ଧାନ।
ବ୍ୟବହାରକୁ ଦେଖି ଚାଷୀ ସବୁଥିରୁ ଅଳ୍ପ ଅଳ୍ପ କରୁଥିଲା
ନିଜ ପାଖରେ ବିହନ ନ ଥିଲେ ମାଗି ଆଣୁଥିଲା କିମ୍ଵା ବିହନର ବଦଳ କରୁଥିଲା।
ଏବେ ବ୍ଯବହାର ସୀମିତ, ବିହନ ଅସ୍ତମିତ

ଜାତିସଂଘର FAO (ଖାଦ୍ୟ ଓ କୃଷି ସଂଗଠନ) ଦ୍ୱାରା କୋରାପୁଟର ପାରମ୍ପରିକ କୃଷି ପ୍ରଣାଳୀକୁ ‘ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କୃଷି ଐତିହ୍ୟ ସ୍ଥଳ’ (GIAHS) ଭାବେ ମାନ୍ୟତା ଦିଆଯାଇଛି। କୋରାପୁଟକୁ ଭାରତରେ ଧାନର ଅନ୍ୟତମ ପ୍ରାଥମିକ ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ ।

Advertisement

୧୮୦୦ ରୁ ୨୪ କୁ ହ୍ରାସ: ବିଜ୍ଞାନ ଓ ଗବେଷଣା ଅନୁଯାୟୀ, ଦିନେ କୋରାପୁଟ ଅଞ୍ଚଳରେ ପ୍ରାୟ ୧,୮୦୦ ରୁ ଅଧିକ ପ୍ରଜାତିର ଦେଶୀ ଧାନ ଚାଷ କରାଯାଉଥିଲା। କିନ୍ତୁ ଆଧୁନିକ ସଙ୍କର (Hybrid) ବିହନର ବ୍ୟବହାର ଯୋଗୁଁ ବର୍ତ୍ତମାନ ମାତ୍ର ୨୪ ରୁ ୩୦ ପ୍ରଜାତିର ପାରମ୍ପରିକ ଧାନ ବଞ୍ଚି ରହିଛି, ବାକି ସବୁ ବିଲୁପ୍ତ ପ୍ରାୟ।

ଔଷଧୀୟ ଗୁଣରେ ଭରପୂର ‘କଳାଜିରା’: ଏଠାକାର ‘କଳାଜିରା’ ଧାନକୁ “ଧାନର ସେଣ୍ଟ” ବୋଲି କୁହାଯାଏ, ଯାହା ନିକଟରେ ଜିଆଇ ଟ୍ୟାଗ୍ (GI Tag) ପାଇଛି। ଏହା ବ୍ୟତୀତ ‘ମାଛକଣ୍ଠା’, ‘ହଳଦୀଗଣ୍ଠି’ ଭଳି ଧାନରେ ପ୍ରଚୁର ମାତ୍ରାରେ ଆଇରନ୍, ଜିଙ୍କ୍ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ପ୍ରାକୃତିକ ବିପର୍ଯ୍ୟୟ ସହିବାର କ୍ଷମତା: ଦେଶୀ ଧାନ ଗଛଗୁଡ଼ିକ ପ୍ରକୃତି ସହ ଲଢ଼ିବାରେ ମାହିର। କିଛି ପ୍ରଜାତି ଅଭାବୀ ବର୍ଷା ବା ମରୁଡ଼ି ସହ୍ୟ କରିପାରନ୍ତି, ତ ଆଉ କିଛି ପ୍ରଜାତି ବନ୍ୟା ବା ପ୍ରବଳ ପାଣି ଜମି ରହିଲେ ମଧ୍ୟ ନଷ୍ଟ ହୁଅନ୍ତି ନାହିଁ। ଆଧୁନିକ ଧାନ ତୁଳନାରେ ଏଥିରେ କୀଟନାଶକର ଆବଶ୍ୟକତା ପଡ଼େନାହିଁ।

ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ: କୋରାପୁଟର ଆଦିବାସୀ ସଂସ୍କୃତିରେ ଧାନ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ସେମାନଙ୍କ ପୂଜାପଦ୍ଧତି ଏବଂ ପର୍ବପର୍ବାଣୀ (ଯେପରିକି ବାଲିଯାତ୍ରା) ସହ ଜଡ଼ିତ। ନିର୍ଦ୍ଦିଷ୍ଟ ପୂଜା ପାଇଁ ନିର୍ଦ୍ଦିଷ୍ଟ କିସମର ଦେଶୀ ଧାନର ବ୍ୟବହାର ହୋଇଥାଏ।

ହଜିଯିବାର ମୁଖ୍ୟ କାରଣ:

ଅଧିକ ଅମଳ ଆଶାରେ ଚାଷୀମାନେ ରାସାୟନିକ ସାର ସହାୟତାରେ ହେଉଥିବା ହାଇବ୍ରିଡ୍ ଧାନ ପ୍ରତି ଆକର୍ଷିତ ହେବା।

ଦେଶୀ ଧାନର ଉପଯୁକ୍ତ ବଜାର ମୂଲ୍ୟ ଏବଂ ପ୍ରୋତ୍ସାହନ ନମିଳିବା।

ପଦ୍ମଶ୍ରୀ କମଳା ପୂଜାରୀ ଶତାଧିକ ବିରଳ ଦେଶୀ ଧାନ ବିହନକୁ ସଂରକ୍ଷିତ କରି ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲେ। ସେ ଦେଶୀ ବିହନର ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *