ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ – ପାରାଦୀପ ରିଫାଇନରୀରେ  ମକ ଡ୍ରିଲ

Advertisement

Level III ଅନସାଇଟ୍ କମ୍ ଅଫସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ଆୟୋଜିତ

 

Advertisement

ପାରାଦୀପ, :  ଆଜି ପାରାଦୀପ ରିଫାଇନରୀ – ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ ଦ୍ୱାରା Level III ଅନସାଇଟ୍ କମ୍ ଅଫସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ଆୟୋଜନ କରାଗଲା । ଏହାର ଉଦ୍ଦେଶ୍ୟ ଥିଲା ରିଫାଇନରୀର ବାହ୍ୟ ଅଞ୍ଚଳକୁ ପ୍ରଭାବିତ କରୁଥିବା ଘଟଣା ପାଇଁ ରିଫାଇନରୀର ଜରୁରୀକାଳୀନ ପ୍ରତିକ୍ରିୟା ଓ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିବା ଏବଂ ଷ୍ଟେକ୍ ହୋଲ୍ଡର୍ ଏବଂ ମ୍ୟୁଚ୍ୟୁଆଲ ଏଡ୍ ଇଣ୍ଡଷ୍ଟ୍ରିଜ୍ ସହିତ ସହଯୋଗରେ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବା। ପାରାଦୀପ ରିଫାଇନରୀର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ERDMP) ଅନୁଯାୟୀ ଏହି ଡ୍ରିଲ୍ ଆୟୋଜନ କରାଯାଇଥିଲା। ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବେହେରା, ସହକାରୀ ନିର୍ଦ୍ଦେଶକ, କାରଖାନା ଏବଂ ବଏଲର (Factories & Boilers) ଏହି ମକଡ୍ରିଲ୍‌ର ସମୀକ୍ଷା କରିଥିଲେ । ପାରାଦୀପ ରିଫାଇନରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ପାରାଦୀପ ରିଫାଇନରୀ ମ୍ୟାନେଜମେଣ୍ଟ,  ଏନଡିଆରଏଫ (NDRF) ଟିମ୍, ରାଜ୍ୟ ପୋଲିସ୍ ସେବା, ମ୍ୟୁଚ୍ୟୁଆଲ ଏଡ୍ ପାର୍ଟନର୍ – M/s PPL, M/s IFFCO, M/s PPA, PHBPL ଏବଂ ପାରାଦୀପ ରିଫାଇନରୀ ଅଗ୍ନିଶମ ସେବା ଟିମ୍ ଅଂଶଗ୍ରହଣ କରିଥିଲେ । ପାରାଦୀପ ରିଫାଇନରୀର ର’ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (RWTP)ରେ କ୍ଲୋରିନ ଗ୍ୟାସ ଲିକ୍ ହୋଇ କ୍ଲୋରିନ ଗ୍ୟାସର ମାତ୍ରା ରିଫାଇନରୀ ପରିସର ବାହାରକୁ ବ୍ୟାପି ଗଲେ  ତାହାକୁ ସଫଳତା ସହ କିପରି ମୁକାବିଲା କରାଯିବ ସେହି ବିଷୟ ବସ୍ତୁ ଉପରେ ମକ୍ ଡ୍ରିଲ୍ ଟି ଆଧାରିତ ଥିଲା । ଏହି ମକ୍ ଡ୍ରିଲ୍ ର ଅଂଶ ସ୍ୱରୁପ ନିକଟସ୍ଥ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁସାରେ ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ବ୍ୟବସ୍ଥିତ ଓ କାର୍ଯ୍ୟକାରୀ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *