ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍ଫେଡ୍‌ର ଗୋଖାଦ୍ୟ ବଣ୍ଟନ

Advertisement


ଭୁବନେଶ୍ୱର, ଅଗଷ୍ଟ ୧: ବନ୍ୟା ପ୍ରଭାବିତ ଅଞ୍ଚଳରେ ଗାଈଗୋରୁଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ଭାବେ ଗୋଖାଦ୍ୟ ବଣ୍ଟନ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାକୁ ଗୋଖାଦ୍ୟ ପଠାଯାଉଛି।


ଗତ ୪ ଦିନରେ ଓମ୍ଫେଡ୍ ପକ୍ଷରୁ ମୋଟ ୫୦୪.୮୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଭଳି ଜିଲ୍ଲାକୁ ଏହି ଗୋଖାଦ୍ୟ ଯୋଗାଇ ଦିଆଯାଇଛି।
ଭଦ୍ରକ ଜିଲ୍ଲାକୁ ସର୍ବାଧିକ ୨୦୨.୯୫ ମେଟ୍ରିକ୍ ଟନ୍, ଯାଜପୁରକୁ ୧୬୦ ମେଟ୍ରିକ୍ ଟନ୍, ବାଲେଶ୍ୱରକୁ ୧୦୮ ମେଟ୍ରିକ୍ ଟନ୍, କେନ୍ଦୁଝରକୁ ୨୫ ମେଟ୍ରିକ୍ ଟନ୍, କେନ୍ଦ୍ରାପଡ଼ାକୁ ୬.୧୦ ମେଟ୍ରିକ୍ ଟନ୍ ଏବଂ ଜଗତସିଂହପୁରକୁ ୨.୭୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଦିଆଯାଇଛି।


ଯାଜପୁରର କୋରେଇ, ବିଞ୍ଝାରପୁର ଓ ଦଶରଥପୁର, ବାଲେଶ୍ୱରର ରେମୁଣା, ବାହାନଗା ଓ ନୀଳଗିରି, ଭଦ୍ରକର ଧାମନଗର, ଚାନ୍ଦବାଲି, ତିହିଡ଼ି ଓ ଭଣ୍ଡାରୀପୋଖରୀ ସମେତ ବିଭିନ୍ନ ଅଞ୍ଚଳରେ ଗୋଖାଦ୍ୟ ବଣ୍ଟନ କରାଯାଉଛି।
ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଆହୁରି ୫୩୭ ମେଟ୍ରିକ୍ ଟନ୍‌ରୁ ଅଧିକ ଗୋଖାଦ୍ୟ ବଣ୍ଟନ କରାଯିବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି। ବନ୍ୟା ସମୟରେ ଗାଈଗୋରୁଙ୍କୁ ଖାଦ୍ୟ ଅଭାବରୁ ସୁରକ୍ଷା ଦେବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

Advertisement
Advertisement

Leave a Reply

Your email address will not be published. Required fields are marked *