ଓଡ଼ିଶା ଏଏମ୍/ଏନ୍ଏସ୍ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟମାନଙ୍କ ଚମତ୍କାର ପ୍ରଦର୍ଶନ

Advertisement

୧୪ତମଓଡ଼ିଶାରାଜ୍ୟଜୁନିୟରଖୋଖୋଚାମ୍ପିଅନସିପ୍୨୦୨୬

 

 

Advertisement

ପୁରୀ, ଅଗଷ୍ଟ ୧, ୨୦୨୬: ପୁରୀ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସଠାରେ ଅବସ୍ଥିତ ଖୋ ଖୋ ଏକାଡେମୀରେ ଆୟୋଜିତ ୧୪ତମ ଓଡ଼ିଶା ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ କିସ୍ ବିଶ୍ୱବିଦ୍ୟାଳୟ ଦଳ ପକ୍ଷରୁ ୧୧ ଜଣ ବାଳିକା ଏବଂ ୧୦ ଜଣ ବାଳକଙ୍କୁ ମିଶାଇ ଏଏମ୍/ଏନ୍ଏସ୍ କେଏଚପିସିର ମୋଟ ୨୧ ଜଣ ଆଥଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଆଥଲେଟମାନେ ପ୍ରତିଯୋଗିତାରେ ନିଜର ଅସାଧାରଣ କୌଶଳ, ଦ୍ରୁତ ଗତି ଏବଂ ଦୃଢ଼ ପ୍ରତିସ୍ପର୍ଦ୍ଧାମୂଳକ ମନୋଭାବର ପ୍ରଦର୍ଶନ କରିଥିଲେ, ଯାହା ରାଜ୍ୟ ତଥା ଦେଶରେ ଖୋ ଖୋ କ୍ରୀଡ଼ାର ଭବିଷ୍ୟତ ଗଠନରେ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃ ପ୍ରତିପାଦିତ କରିଛି।

ବାଳିକା ବର୍ଗରେ, କିସ୍ ବିଶ୍ୱବିଦ୍ୟାଳୟ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିବାବେଳେ ଏହି ବିଜୟରେ ଏଏମ୍/ଏନ୍ଏସ୍ କେଏଚପିସିର ପାଞ୍ଚଜଣ ଖେଳାଳି ଲିସାରାଣୀ ରାଇତା, ଆଶିକା କୁଜୁର, ରକ୍ତିମା ଭଣ୍ଡା, ସୁଭଶ୍ରୀ ମଲ୍ଲିକ ଏବଂ ଚିନ୍ମୟୀ ପ୍ରଧାନଙ୍କର ପ୍ରମୁଖ ଅବଦାନ ରହିଥିଲା। ଏଏମ୍/ଏନ୍ଏସ୍ କେଏଚପିସିର ଆଥଲେଟ ଲିପିନା ନାଥଙ୍କ ପ୍ରତିନିଧିତ୍ୱରେ ଜଗତସିଂହପୁର ଦଳ ରନର୍ସ-ଅପ୍ ହୋଇଥିବାବେଳେ କେ. ଭବାନୀଙ୍କ ଦମଦାର ପ୍ରଦର୍ଶନରେ ପୁରୀ ଦଳ ଦ୍ୱିତୀୟ ରନର୍ସ-ଅପ୍ ସ୍ଥାନ ହାସଲ କରିଥିଲା। କେନ୍ଦ୍ରର ଆଥଲେଟମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସହ ବ୍ୟକ୍ତିଗତ ସମ୍ମାନ ମଧ୍ୟ ଏହାର ଦକ୍ଷତାକୁ ଆହୁରି ପ୍ରତିପାଦିତ କରିଛି। ଲିସାରାଣୀ ରାଇତା ଶ୍ରେଷ୍ଠ ଆଟାକର୍ ଓ ସୋମାଲି ଦେହୁରୀ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ହାସଲ କରିବା ଏହି କେନ୍ଦ୍ରର ଉତ୍କର୍ଷତାକୁ ଦ୍ଵିଗୁଣିତ କରିଛି ।

ବାଳକ ବର୍ଗରେ ମଧ୍ୟ କେନ୍ଦ୍ରର ୧୦ ଜଣ ଖେଳାଳି ସମାନ ଭାବେ ପ୍ରେରଣାଦାୟୀ ପ୍ରଦର୍ଶନ କରିଥିଲେ। ଏଏମ୍/ଏନ୍ଏସ୍ କେଏଚପିସିର ଆଥଲେଟ ଆଦିତ୍ୟ ଦାସ, ଶୁଭମ ବିଶ୍ୱାଳ ଏବଂ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଉଲ୍ଲେଖନୀୟ ଅବଦାନ ବଳରେ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିୟନଶିପ୍ ଟ୍ରଫି ହାସଲ କରିଥିଲା। ଏହି କେନ୍ଦ୍ରର ଆଥଲେଟ ରାମଲାଲ ବିରୁଆଙ୍କ ସହଯୋଗରେ କିସ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରନର୍ସ-ଅପ୍ ସ୍ଥାନ ହାସଲ କରିଥିଲା। ସେହିପରି କେନ୍ଦ୍ରର ଆଥଲେଟ ଟି. ନବୀନଙ୍କ ଅବଦାନରେ ଗଞ୍ଜାମ ଦଳ ତୃତୀୟ ସ୍ଥାନରେ ରହିଥିଲା। ଏହି ସଫଳତାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି କେନ୍ଦ୍ରର ଆଥଲେଟ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଏଏମ୍/ଏନ୍ଏସ୍ କେଏଚପିସିର ଅଂଶଗ୍ରହଣକାରୀ ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇ ଏଏମ୍/ଏନ୍ଏସ୍  ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି “ଆମ ଆଥଲେଟମାନଙ୍କ ନିରନ୍ତର ସଫଳତା ସେମାନଙ୍କ ଅତୁଟ ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ ଉତ୍କର୍ଷ ହାସଲ କରିବାର ଦୃଢ଼ ସଂକଳ୍ପର ଏକ ଉଦାହରଣ। ଏହି ସଫଳତା ଖୋ ଖୋ କ୍ରୀଡ଼ାରେ ଏକ ଉତ୍କର୍ଷ କେନ୍ଦ୍ର ସୃଷ୍ଟି କରିବା ଦିଗରେ ଆମର ସାମୂହିକ ପ୍ରୟାସର ପ୍ରଭାବକୁ ପ୍ରତିଫଳିତ କରୁଛି। ଏଥିପାଇଁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ, ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ ଏବଂ ବୃତ୍ତିଗତ ପ୍ରଶିକ୍ଷଣ ପରିବେଶ ଭଳି ସୁବିଧାମାନ ଉପଲବ୍ଧ କରାଯାଇଛି। ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ଏଭଳି ଚାମ୍ପିୟନମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିବଦ୍ଧ, ଯେଉଁମାନେ ନିଜର ଖେଳର ମାନକୁ ଆହୁରି ଉଚ୍ଚ କରି ଜାତୀୟ ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ଭାରତକୁ ଗୌରବର ସହ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ଅଛନ୍ତି।”

 

ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚପିସି ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସଞ୍ଜୀବ ଶର୍ମା କହିଛନ୍ତି “ଏହି ଚାମ୍ପିୟନସିପ୍ ଆମ ଆଥଲେଟମାନଙ୍କ ପାଇଁ ଏକ ଅତ୍ୟନ୍ତ ପ୍ରତିସ୍ପର୍ଦ୍ଧାମୂଳକ ପରିବେଶରେ ନିଜର ଦକ୍ଷତା ପ୍ରଦର୍ଶନ ଓ ନିଜକୁ ପରଖିବାର ଏକ ଉତ୍କୃଷ୍ଟ ମଞ୍ଚ ଥିଲା। ଆମର ଖେଳାଳିମାନେ ବ୍ୟକ୍ତିଗତ ସମ୍ମାନ ହାସଲ କରିବା ସହିତ ବିଭିନ୍ନ ଜିଲ୍ଲା ଦଳର ସଫଳତାରେ ଯୋଗଦାନ ଦେବାର ଦେଖିବା ପ୍ରକୃତରେ ବେଶ ଉତ୍ସାହଜନକ ଥିଲା।”

 

Advertisement

Leave a Reply

Your email address will not be published. Required fields are marked *